Happy New year 2024
Rathajatra 2023,Puri
Basanta Ras

 

 

Home Based Jobs

 


 

 

Main site

 

 

 

 

Computer Teacher Required 

Send Bio data to, kbcbbsr@yahoo.co.in

Designer Required:

Knowledge of AutoCAd,Photoshop,3d Std.Max, Mutimedia etc. required. Send BioData to kbcbbsr@yahoo.co.in

Computer Operater Required:

Send Bio data to, kbcbbsr@yahoo.co.in

ଓଡ଼ିଶା ହାଇକୋର୍ଟରେ ୩୫ଟି ଜୁନିୟର ଷ୍ଟେନୋଗ୍ରାଫର ପଦ ପୂରଣ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ଯୋଗ୍ୟ ପ୍ରାର୍ଥୀମାନେ ମେ’ ୨୦ ତାରିଖ ସକାଳ ୧୦ଟାରୁ ଏଥିପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଅନ୍‌ଲାଇନ୍ ଆବେଦନର ଶେଷ ତାରିଖ ଜୁନ୍ ୧୮ ତାରିଖ ରହିଛି। ଏହି ପଦରେ ଯେଉଁମାନେ ନିଯୁକ୍ତି ପାଇବେ ସେମାନଙ୍କ ପେ’ ସ୍କେଲ୍ ୨୫ ହଜାର ୫୦୦ ଟଙ୍କାରୁ ୮୧,୧୦୦ ଟଙ୍କା ରହିଛି।

୩୫ଟି ପଦରୁ ୧୨ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ୧୦ଟି ପଦ ଅଣସଂରକ୍ଷିତ ରହିଥିବା ବେଳେ ସେଥିରୁ ୩ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। SEBCଙ୍କ ପାଇଁ ୫ଟି ପଦ ସଂରକ୍ଷିତ ରହିଥିବା ବେଳେ ସେଥରୁ ୨ଟି ସେହିବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଏସ୍‌ଟିଙ୍କ ପାଇଁ ୧୨ଟି ପଦ ରହିଥିବା ବେଳେ ସେଥିରୁ ସେହି ବର୍ଗର ମହିଳାଙ୍କ ପାଇଁ ୪ଟି ପଦ ସଂରକ୍ଷିତ ରହିଛି। ଏସ୍‌ସିଙ୍କ ପାଇଁ ୮ଟି ପଦ ସଂରକ୍ଷିତ ଥିବା ବେଳେ ସେଥିରୁ ୩ଟି ସେହିବର୍ଗର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି।

ଶିକ୍ଷାଗତ ଯୋଗ୍ୟତା

ପ୍ରାର୍ଥୀ ଯେକୌଣସି ବିଷୟରେ ସ୍ୱୀକୃତି ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ପ୍ରାର୍ଥୀ ଶର୍ଟହ୍ୟାଣ୍ଡରେ ଗୋଟିଏ ମିନିଟ୍‌ରେ ୮୦ଟି ଶବ୍ଦ ଲେଖିପାରୁଥିବା ଆବଶ୍ୟକ। ସେହିପରି ଗୋଟିଏ ମିନିଟ୍‌ରେ ୪୦ଟି ଶବ୍ଦ ଟାଇପ କରିପାରୁଥିବା ଦରକାର। ତା’ସହିତ ତାଙ୍କର କଂପ୍ୟୁଟର ଆପ୍ଲିକେସନ୍‌ରେ ଯଥେଷ୍ଟ ଜ୍ଞାନ ଥିବା ଆବଶ୍ୟକ।

ପରୀକ୍ଷା ଫି’

ପ୍ରାର୍ଥୀଙ୍କୁ ପରୀକ୍ଷା ଫି’ ବାବଦକୁ ୫୦୦ ଟଙ୍କା ଫି’ ଦେବାକୁ ପଡ଼ିବ। ଏହାକୁ ଆଉ ଫେରସ୍ତ କରାଯିବ ନାହିଁ। ପ୍ରାର୍ଥୀ ଡେବିଟ୍ କାର୍ଡ/କ୍ରେଡିଟ୍ କାର୍ଡ/ନେଟ୍ ବ୍ୟାଙ୍କିଂ ସିଷ୍ଟମ ଯୋଗେ ଏହି ଫି’ ଜମା କରିପାରିବେ।

ପରୀକ୍ଷା ପ୍ରକ୍ରିୟା

ପ୍ରଥମେ ୧୦୦ ମାର୍କର ଲିଖିତ ପରୀକ୍ଷା ହେବ। ଏଥିରେ ୨୦ ମାର୍କର ଇଂରାଜୀ ରଚନା, ୨୦ ମାର୍କର ଓଡ଼ିଆରୁ ଇଂରାଜୀ ପ୍ୟାସେଜ୍ ଅନୁବାଦ, ୨୦ ମାର୍କର ଇଂରାଜୀରୁ ଓଡ଼ିଆ ପ୍ୟାସେଜ ଅନୁବାଦ ଓ ୪୦ ମାର୍କର ଇଂରାଜୀ ବ୍ୟାକରଣ ପଡ଼ିବ। ଏହା ପରେ ୧୦୦ ମାର୍କର କଂପ୍ୟୁଟର ଆପ୍ଲିକେସନ ଟେଷ୍ଟ ଓ ୧୦୦ ମାର୍କର ସ୍କିଲ୍ ଟେଷ୍ଟ ହେବ।

ଏହି ବିଜ୍ଞପ୍ତି ସଂପର୍କରେ ଅଧିକ ଜାଣିବା ପାଇଁ ହାଇକୋର୍ଟରେ ଅଫିସିଆଲକୁ ଯାଇ Important Noticesକୁ କ୍ଲିକ୍ କରନ୍ତୁ। https://orissahighcourt.nic.in/recruitment-corner-pdf-view/211/

ଓଡ଼ିଶା ହାଇକୋର୍ଟରେ ୧୪୭ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପଦବୀରେ ନିଯୁକ୍ତି ଦିଆଯିବା ନେଇ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ଏଥିପାଇଁ ଯୋଗ୍ୟ ପ୍ରାର୍ଥୀମାନେ ମେ’ ୨୦ ତାରିଖ ସକାଳ ୧୦ଟାରୁ ଅନ୍‌ଲାଇନ୍ ଆବେଦନ କରିପାରିବେ। ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଜୁନ୍ ୧୮ ତାରିଖ ରାତି ୧୧ଟା ୫୯ ମିନିଟ୍ ପର୍ଯ୍ୟନ୍ତ ଚାଲିବ।

ସଂରକ୍ଷଣ

୧୪୭ଟି ASO ପଦବୀରୁ ୭୦ଟି ଅଣସଂରକ୍ଷିତ ରହିଛି। SEBCଙ୍କ ପାଇଁ ୫ଟି ପଦ ସଂରକ୍ଷିତ ରହିଥିବା ବେଳେ ଏସ୍‌ଟିଙ୍କ ପାଇଁ ୫୭ ଓ ଏସ୍‌ସିଙ୍କ ପାଇଁ ୧୫ଟି ପଦ ସଂରକ୍ଷିତ ରହିଛି। ସେହିପରି ୧୪୭ଟି ପଦବୀରୁ ୪୯ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଅଣସଂରକ୍ଷିତ ବର୍ଗରେ ୭୦ଟି ପଦବୀ ରହିଥିବା ବେଳେ ସେଥିରୁ ୨୩ଟି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ। ସେହିପରି ଏସ୍‌ଇବିସିର ୫ଟି ପଦରୁ ୨ଟି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଏସ୍‌ଟି ବର୍ଗର ୫୭ଟି ପଦରୁ ୧୯ଟି ଓ ଏସ୍‌ସିଙ୍କ ପାଇଁ ଥିବା ୧୫ଟି ପଦରୁ ୫ଟି ସଂପୃକ୍ତ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।

ବୟସ ସୀମା

ପ୍ରାର୍ଥୀଙ୍କ ବୟସ ୧୪.୦୫.୨୦୨୪ ସୁଦ୍ଧା ୨୧ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ ଓ ୩୨ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ଅର୍ଥାତ୍ ପ୍ରାର୍ଥୀ ୧୩.୦୫.୨୦୦୩ ଦିନ ଅବା ତା’ପୂର୍ବରୁ ଓ ୧୫.୦୫.୧୯୯୨ ଦିନ ଅବା ତା’ ପରେ ଜନ୍ମ ଗ୍ରହଣ କରିଥିବେ। ଏସ୍‌ସି, ଏସ୍‌ଟି, ଏସ୍‌ଇବିସି ଓ ମହିଳାଙ୍କ ପାଇଁ ସର୍ବାଧିକ ବୟସ ସୀମାକୁ ୫ ବର୍ଷ କୋହଳ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା

ପ୍ରାର୍ଥୀ ଯେକୌଣସି ବିଷୟରେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବେ। ତାଙ୍କର କଂପ୍ୟୁଟର ଆପ୍ଲିକେସନ୍ ଉପରେ ଯଥେଷ୍ଟ ଜ୍ଞାନ ଥିବା ଆବଶ୍ୟକ।

ପରୀକ୍ଷା ଫି’

ପ୍ରାର୍ଥୀଙ୍କୁ ପରୀକ୍ଷା ଫି’ ବାବଦକୁ ୫୦୦ ଟଙ୍କା ଦେବାକୁ ପଡ଼ିବ। ଏହାକୁ ଆଉ ଫେରସ୍ତ କରାଯିବ ନାହିଁ। ପ୍ରାର୍ଥୀ ଡେବିଟ୍ କାର୍ଡ/କ୍ରେଡିଟ୍ କାର୍ଡ/ନେଟ୍ ବ୍ୟାଙ୍କିଂ ଯୋଗେ ଏହି ଫି’ ଜମା କରିପାରିବେ।

ପରୀକ୍ଷା ପ୍ରକ୍ରିୟା

ପ୍ରଥମେ ୧୫୦ ମାର୍କର ପ୍ରିଲିମିନାରୀ ପରୀକ୍ଷା ହେବ। ଏଥିରେ ଏକାଧିକ ଉତ୍ତର ବିକଳ୍ପ ଥାଇ ଅବଜେକ୍ଟିଭ୍ ପ୍ରଶ୍ନ ଦିଆଯିବ। ଏହା ପରେ ୩୦୦ ମାର୍କର ମେନ୍ ପରୀକ୍ଷା ହେବ। ଏଥିରେ ୧୦୦ ମାର୍କର ଇଂରାଜୀ, ୧୦୦ ମାର୍କର ଗଣିତ ଓ ୧୦୦ ମାର୍କର ସାଧାରଣ ଜ୍ଞାନ ଏବଂ ରିଜୋନିଂ ପରୀକ୍ଷା କରାଯିବ। ତା’ପରେ ୧୦୦ ମାର୍କର କଂପ୍ୟୁଟର ଆପ୍ଲିକେସନ ଟେଷ୍ଟ ହେବ। ଶେଷରେ ୪୦ ମାର୍କର Viva-Voce ଟେଷ୍ଟ ହେବ।

ଦରମା

ଗ୍ରୁପ୍-ବିରେ ଆସୁଥିବା ଏହି ଏଏସ୍‌ଓମାନଙ୍କ ପେ’ ସ୍କେଲ୍ ୩୫,୪୦୦ରୁ ୧ଲକ୍ଷ ୧୨ ହଜାର ୪୦୦ ଟଙ୍କା ରହିଛି।

ଏହି ବିଜ୍ଞପ୍ତି ସଂପର୍କରେ ଅଧିକ ଜାଣିବା ପାଇଁ ହାଇକୋର୍ଟରେ ଅଫିସିଆଲକୁ ଯାଇ Important Noticesକୁ କ୍ଲିକ୍ କରନ୍ତୁ।

Click Here

ବ୍ୟାଙ୍କରେ ସରକାରୀ ଚାକିରି ପାଇଁ ଆଗ୍ରହୀ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର।

ଗ୍ରାମୀଣ ବ୍ୟାଙ୍କରେ PO ଓ କ୍ଲର୍କ ପଦଦୀ ପୂରଣ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏହି ନିଯୁକ୍ତି ମାଧ୍ୟମରେ ପାଖାପାଖି ୧୦ ହଜାର ପଦବୀ ପୂରଣ ହେବ।

ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକ୍‌ସନ୍‌ (IBPS) ଅଧିନରେ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ପଦବୀ ପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। BA ପାସ୍ କରିଥିବା ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ।

ଏଥିପାଇଁ ଜୁନ୍ ୭ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆବେଦନର ଶେଷ ତାରିଖ ଜୁନ୍ ୨୭। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍‌ସାଇଟ୍‌ ibps.in ମାଧ୍ୟମରେ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା:-

  • ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀରେ ୫୦ % ମାର୍କ ରହିଥିବା ଆବଶ୍ୟକ।
  • କମ୍ପ୍ୟୁଟର ଦକ୍ଷତା

ବୟସ ସୀମା:-

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୪୦ ବର୍ଷ

ଆବେଦନ ଶୁଳ୍କ:-

  • SC/ST/PwD – ୧୭୫ ଟଙ୍କା
  • ସାଧାରଣ ବର୍ଗ – ୮୫୦ ଟଙ୍କା

ଚୟନ ପ୍ରକ୍ରିୟା:-

  • ପ୍ରିଲିମନାରୀ
  • ମେନ୍ସ
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଆବେଦନ:-

  • ଅଫିସିଆଲ୍ ୱେବସାଇଟ୍ ibps.in ଭିଜିଟ୍ କରନ୍ତୁ
  • ହୋମ୍‌ପେଜ୍‌ରେ CRP RRB XIII ଆବେଦନ ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ଫର୍ମ ପୂରଣ କରନ୍ତୁ, ଆବେଦନ ଶୁଳ୍କ ଦିଅନ୍ତୁ ଏବଂ Submit କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଆବେଦନ ଫର୍ମର ଏକ ପ୍ରିଣ୍ଟଆଉଟ୍ ରଖନ୍ତୁ