Data Entry Operator Required

Mail your bio data to :

kbcho@kalingabikashcomputers.com , kbcbbsr@yahoo.co.in

 

DRDO Recruitment

ନୂଆଦିଲ୍ଲୀ : ଡିଫେନ୍ସ ରିସର୍ଚ୍ଚ ଆଣ୍ଡ୍‌ ଡେଭେଲପ୍‌ମେଣ୍ଟ ଅର୍ଗାନାଇଜେସନ୍‌ ବା ଡିଆର୍‌ଡିଓ ପକ୍ଷରୁ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ୨୩ ଜାନୁଆରୀ ୨୦୨୦ରୁ ଅନଲାଇନ୍‌ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।

ପଦବୀ ଓ ଏହାର ସଂଖ୍ୟା

ମୋଟ ପଦବୀ :୧୮୧୭

ସାଧାରଣ ବର୍ଗ : ୮୪୯

ଆର୍ଥିକ ପଛୁଆ ବର୍ଗ : ୧୮୮

ଅନୁସୂଚିତ ଜାତି : ୧୬୩

ଅନୁସୂଚିତ ଜନଜାତି : ୧୧୪

ଅନ୍ୟାନ୍ୟ ବର୍ଗ : ୫୦୩

ଶିକ୍ଷାଗତ ଯୋଗ୍ୟତା

ଦଶମ ପାସ୍‌ କରିଥିବା ସହିତ ଯେ କୌଣସି ଟ୍ରେଡ୍‌ରେ ଆଇଟିଆଇ ପାସ୍‌ କରିଥିବା ଆବଶ୍ୟକ। ଦରମା ୮ ହଜାରରୁ ୫୬,୯୦୦ ପର୍ଯ୍ୟନ୍ତ ରହିଛି।

ଆବେଦନ ଶୁଳ୍କ

ସାଧାରଣ ଓ ଅନ୍ୟାନ୍ୟ ବର୍ଗ ପାଇଁ ୧୦୦ ଟଙ୍କା ରହିଛି। ଏସ୍‌ସି, ଏସ୍‌ଟି, ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ କୌଣସି ଶୁଳ୍କ ରଖାଯାଇନାହିଁ।

ଏପରି କରନ୍ତୁ ଆବେଦନ

ଇଚ୍ଛୁକ ଆବେଦନକାରୀ https://drdo.gov.in/ ୱେବସାଇଟ୍‌ରେ କ୍ଲିକ୍‌ କରି ଆବେଦନ କରନ୍ତୁ। ଚୟନ ହେବା ପରେ ଆବେଦନକାରୀଙ୍କୁ ଆଗ୍ରା, ଅହମ୍ମଦାବାଦ, ଅମ୍ୱରନାଥ, ବେଙ୍ଗାଲୁରୁ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, ଡେରାଡୁନ୍‌, ଦିଲ୍ଲୀ, ଗ୍ୱାଲିଅର୍‌, ହାଇଦ୍ରାବାଦ୍‌, ଜଗଦଲ୍‌ପୁର, ଯୋଧପୁର, କାନପୁର, କୋଚ୍ଚି, କୋଲକାତା, ଲେହ, ମୁମ୍ୱାଇ, ମସୁରୀ, ନାସିକ, ପୁନେ, ତେଜପୁର ଓ ବିଶାଖାପାଟଣା ଆଦି ସ୍ଥାନରେ ପୋଷ୍ଟିଂ ଦିଆଯିବ।
 




 

ଗ୍ରୁପ୍‌ ସି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କଲା ନାବାର୍ଡ, ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌ ପାସ୍‌

ନୂଆଦିଲ୍ଲୀ : ନ୍ୟାସନାଲ୍‌ ବ୍ୟାଙ୍କ୍‌ ଅଫ୍ ଏଗ୍ରିକଲଚର୍‌ ଆଣ୍ଡ୍‌ ରୁରାଲ୍‌ ଡେଭେଲପ୍‌ମେଣ୍ଟ୍‌ (ନାବାର୍ଡ)NABARD ପକ୍ଷରୁ ଅଫିସ୍‌ ଆଟେଣ୍ଡାଣ୍ଟ୍‌ ଗ୍ରୁପ୍ ସି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ୧୨ ଜାନୁଆରୀ ୨୦୨୦ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ। ଏଥିପାଇଁ ଇଚ୍ଛୁକ ଆବେଦନକାରୀ ବିଳମ୍ୱ ନକରି ଶୀଘ୍ର ଆବେଦନ କରନ୍ତୁ।

ଖାଲି ପଡ଼ିଥିବା ପଦବୀ ସଂଖ୍ୟା : ୭୩

ଯୋଗ୍ୟତା : ମାଟ୍ରିକ୍‌ ପାସ୍‌ କରିଥିବା ଆବେଦନକାରୀ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଗ୍ରାଜୁଏସନ୍‌ ଓ ଏହାଠାରୁ ଅଧିକ ଯୋଗ୍ୟତା ରଖିଥିବା ଆବେଦନକାରୀ ଏହି ପଦବୀ ପାଇଁ ଆବେଦନ କରନ୍ତୁ ନାହିଁ।

ଉପଯୁକ୍ତ ବୟସସୀମା

ଆବେଦନକାରୀଙ୍କ ବୟସ ୧ ଡିସେମ୍ୱର ୨୦୧୯ ପର୍ଯ୍ୟନ୍ତ ୧୮ରୁ ୩୦ ମଧ୍ୟରେ ହୋଇଥିବା ଆବଶ୍ୟକ।

ଆବେଦନ ଶୁକ୍ଳ

ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଦିବ୍ୟାଙ୍ଗଙ୍କ ପାଇଁ ଆବେଦନ ୫୦ ଟଙ୍କା ରହିଛି । ସେହିପରି ସାଧାରଣ ବର୍ଗ ପାଇଁ ଏହି ଆବେଦନ ଶୁକ୍ଳ ୪୫୦ ଟଙ୍କା ରହିଛି।

ପରୀକ୍ଷା ତାରିଖ

ପରୀକ୍ଷା ପାଇଁ ବିଧିବଦ୍ଧ ଭାବରେ କୌଣସି ତାରିଖ ଘୋଷଣା କରାଯାଇନାହିଁ। ତେବେ ଏହି ପରୀକ୍ଷା ପେବୃଆରୀ ୨୦୨୦ରେ ହେବ ବୋଲି ଅନୁମାନ କରାଯାଉଛି।

ଏହିପରି କରନ୍ତୁ ଆବେଦନ

– nabard.org ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ।

– ପ୍ରଥମେ ଇଚ୍ଛୁକ ଆବେଦନକାରୀ ଏହି ୱେବସାଇଟରେ ରେଜିଷ୍ଟର କରନ୍ତୁ।

– ଏହାପରେ ଲଗ୍‌ ଅନ୍‌ କରନ୍ତୁ।

– ଲଗ୍‌ ଅନ୍‌ କରିବା ପରେ ପେଜ୍‌ରେ ମଗା ଯାଇଥିବା ସମସ୍ତ ସୂଚନା ଦିଅନ୍ତୁ। ଯେପରିକି ନାମ, ମୋବାଇଲ୍‌ ନମ୍ୱର, ଠିକଣା, ଇ-ମେଲ୍ ଇଦ୍ୟାଦି।

– ଏହାପରେ ଫିଲ ଅପ୍‌ କରିଥିବା ଡକ୍ୟୁମେଣ୍ଟସ୍‌କୁ ସ୍କାନ୍‌ କରି ଅପଲୋଡ୍‌ କରନ୍ତୁ।

– ଶେଷରେ ଅନଲାଇନ୍‌ ଫି ପେମେଣ୍ଟ କରନ୍ତୁ।

ତଟରକ୍ଷୀ ବାହିନୀର ୨୬୦ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ, ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ

ନୂଆଦିଲ୍ଲୀ : ଭାରତୀୟ ତଟରକ୍ଷୀ ବାହିନୀରେ ୨୬୦ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ଆବେଦନକାରୀ ୨୬ ଜାନୁଆରୀରୁ ଏହିସବୁ ପଦପାଇଁ ଅନଲାଇନ୍‌ରେ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା

ଆବେଦନକାରୀ ଯୁକ୍ତ ଦୁଇ ପାସ୍‌ କରିଥିବା ସହିତ ଯୁକ୍ତ ଦୁଇରେ ମାଥ୍‌ମେଟିକ୍ସ ଓ ଫିଜିକ୍ସ ପଢ଼ିଥିବା ଆବଶ୍ୟକ। ଏଥି ସହିତ ସାଧାରଣ ବର୍ଗର ପ୍ରାର୍ଥୀ ଯୁକ୍ତ ଦୁଇରେ ୫୦ ପ୍ରତିଶତ ଓ ଏସ୍‌ସି, ଏସ୍‌ଟି ପ୍ରାର୍ଥୀ ୪୫ ପ୍ରତିଶତ ମାର୍କ ରଖିଥିବେ।

ବୟସସୀମା

ସର୍ବନିମ୍ନ ବୟସ ୧୮ ବର୍ଷ

ସର୍ବାଧିକ ବୟସ ୨୨ ବର୍ଷ

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପାଇଁ ବୟୟସୀମା ୫ ବର୍ଷ କୋହଳ କରାଯାଇଛି। ସେହିପରି ଓବିସି ବା ଅନ୍ୟାନ୍ୟ ପଛୁଆ ବର୍ଗ ପ୍ରାର୍ଥୀଙ୍କ ପାଇଁ ବୟସସୀମା ୩ ବର୍ଷ କମ୍‌ କରାଯାଇଛି।

ଏପରି କରନ୍ତୁ ଆବେଦନ

ଭାରତୀୟ ତଟରକ୍ଷୀ ବାହିନୀର ୱେବସାଇଟ୍‌ joinindiancoastguard.gov.inକୁ ଯାଇ ଆବେଦନ କରନ୍ତୁ। ଆବେଦନର ଶେଷ ତାରିଖ ୨ ଫେବୃଆରୀ ରହିଛି।

ଏସ୍‌ବିଆଇର ୮ ହଜାର ଜୁନିଅର୍‌ ଆସୋସିଏଟ୍‌ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ : ଷ୍ଟେଟ୍‌ ବ୍ୟାଙ୍କ୍‌ ଇଣ୍ଡିଆ ପକ୍ଷରୁ ୮ ହଜାର ଜୁନିଅର୍‌ ଆସୋସିଏଟ୍‌ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଅନଲାଇନ୍‌ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୬ ଜାନୁଆରୀ ମଧ୍ୟରେ ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା

ଏସ୍‌ବିଆଇ ଦ୍ୱାରା ଜାରି କରାଯାଇଥିବା ନୋଟିଫିକେସନ୍‌ ଅନୁଯାୟୀ ଆବେଦନକାରୀ ଗ୍ରାଜୁଏଟ୍‌ ହୋଇଥିବା ଆବଶ୍ୟକ। ୧ ଜାନୁଆରୀ ୨୦୨୦ ମଧ୍ୟରେ ଯେଉଁମାନେ ଇଣ୍ଟିଗ୍ରେଟେଡ୍‌ ଡୁଆଲ୍‌ ଡିଗ୍ରୀ ପାସ୍‌ କରିଥିବେ, ସେମାନେ ଏହି ପଦ ପାଇଁ ଆବେଦନ କରିପାରିବେ। କିନ୍ତୁ ଗ୍ରାଜୁଏସନ୍ ସାର୍ଟିଫିକେଟ୍‌ର ପ୍ରମାଣପତ୍ର ଦେବାକୁ ପଡ଼ିବ।

ବୟସସୀମା

ସର୍ବନିମ୍ନ ବୟସ ୨୦ ବର୍ଷ

ସର୍ବାଧିକ ବୟସ ୨୮ ବର୍ଷ

ଏପରି କରନ୍ତୁ ଆବେଦନ
  • ପ୍ରଥମେ ଏସ୍‌ବିଆଇର ୱେବସାଇଟ୍‌ ibpsonline.ibps.inକୁ ଲଗ୍‌ ଇନ୍‌ କରନ୍ତୁ।
  • ଏହାପରେ ରେଜିଷ୍ଟ୍ରେସନ୍‌ କରନ୍ତୁ।
  • ରେଜିଷ୍ଟ୍ରେସନ୍‌ ପରେ ନମ୍ୱର, ପାସୱାର୍ଡ ଦେଇ ଲଗ୍‌ ଇନ୍‌ କରନ୍ତୁ।
  • ଫର୍ମ ଫିଲ୍‌ ଅପ୍‌ କରି ସବ୍‌ମିଟ୍‌ କରନ୍ତୁ।
  • ଏହାପରେ ଫି ଦିଅନ୍ତୁ।
  • ଶେଷରେ ଫର୍ମଟିକୁ ଡାଉନ୍‌ଲୋଡ୍‌ କରିନିଅନ୍ତୁ।

ପ୍ରିଲିମିନାରୀ ପରୀକ୍ଷା ପାଟର୍ଣ୍ଣ

ଏଥିରେ ଇଂରାଜୀ ଭାଷା, ନ୍ୟୁମେରିକାଲ୍‌ ଆବିଲିଟି, ରିଜନିଙ୍ଗର ୧୦୦ ମାର୍କର ପ୍ରଶ୍ନ ରହିବ। ଏଥିପାଇଁ ଆବେଦନକାରୀଙ୍କୁ ୧ ଘଣ୍ଟା ଦିଆଯିବ।

ମେନ୍‌ ପରୀକ୍ଷା ପାଟର୍ଣ୍ଣ

ମେନ୍‌ ପରୀକ୍ଷାରେ ଜେନେରାଲ୍‌ କିମ୍ୱା ଫାଇନାନ୍ସ ଆୱାରନେସ୍‌, ଜେନେରାଲ୍‌ ଇଂରାଜୀ, କ୍ୱାଲିଟେଟିଭ୍‌ ଆପ୍‌ଟିଟ୍ୟୁଡ୍‌, ରିଜନିଙ୍ଗ୍‌, କମ୍ପ୍ୟୁଟର୍‌ ଉପରେ ପ୍ରଶ୍ନ ରହିବ। ଏହି ପରୀକ୍ଷା ୧୯୦ ମାର୍କର ରହିବ। ଯାହା ପାଇଁ ୨ ଘଣ୍ଟା ୪୦ ମିନିଟ୍‌ ସମୟ ଦିଆଯିବ।